୬ଷ୍ଠ ରାଜ୍ୟସ୍ତରୀୟ ପେଞ୍ଚକ୍ ସିଲଟ ପ୍ରତିଯୋଗିତାରେ ନବରଙ୍ଗପୁରର ସଫଳତା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ଖେଳାଳୀମାନେ ସିନିୟର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୩ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରୁ ପ୍ରାୟ ୭୦ରୁ ଊର୍‌ଦ୍ଧ୍ୱ ଖେଳାଳୀ ଭାଗ ନେଇଥିଲେ । ପ୍ରତିଯୋଗିତାର ଉଦଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ପେଞ୍ଚକ୍ ସିଲଟ ଆସୋସିଏସନ୍ ସମ୍ପାଦିକା ପ୍ରେମ ସିଂହ ଥାପା, ପ୍ରେସିଡେଣ୍ଟ ତାପସ ରୟ ଚୌଧୁରୀ, ଥାନାଧିକାରୀ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିଗଣ ଉପସ୍ଥିତ ଥିଲେ । କେଉଁଝର ଜିଲ୍ଲାର ଜିଲ୍ଲା କ୍ରୀଡ଼ା ଅଧିକାରୀ ଜୀତେନ୍ଦ୍ର ମହାକୁଡ଼, ନବରଙ୍ଗପୁର ଜିଲ୍ଲାର ଖେଳାଳୀମାନେ ଗ୍ରୁପ ବିଭାଗରେ ୩ଟି ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେହିପରି ୬୦ରୁ ୬୫ ବର୍ଗରେ ରୌପ୍ୟ ପଦକ ସେନି ଇଭେଣ୍ଟରେ ଗଣେଶ ପୂଜାରୀ ରୌପ୍ୟ ପଦକ ହାସଲ କରି ଜିଲ୍ଲାର ଗୌରବ ବଢ଼ାଇଛନ୍ତି । ଏହି ସଫଳତା ଲାଗି ଆସୋସିଏସନର ସଭାପତି ଦୀପକ୍ ସାହୁ, ସମ୍ପାଦକ ଓ ପ୍ରଶିକ୍ଷକ ହରିଶ୍ ବେହେରା, ମନୋଜ ପଟ୍ଟନାୟକ, ଜଗନ୍ନାଥ ମହାପାତ୍ର ଓ ଜଗନ୍ନାଥ ବେହେରା ଖେଳାଳୀଙ୍କୁ ଶୁଭେଛା ଜଣାଇଛନ୍ତି । ଏଥିସହିତ ଆଗାମୀ ଦିନରେ ଅଧିକ ପଦକ ଜିତି ଜିଲ୍ଲାର ଗୌରବ ବଢ଼ାଇବା ଲାଗି ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ।