ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୨ ନୁହେଁ ୨୩ ତାରିଖରେ ଓଡ଼ିଶା ଆସିବେ । ଅନିବାର୍ଯ୍ୟ କାରଣବଶତଃ ନଡ୍ଡାଙ୍କ ଗସ୍ତ ଦିନଟିଏ ଘୁଞ୍ଚିଛି । ୨୩ ତାରିଖ ଦିନ ୧୧ଟାରେ ନଡ୍ଡା ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ । ପରେ ସର୍କିଟ ହାଉସରେ ବରିଷ୍ଠ ନାଗରିକଙ୍କୁ ଭେଟିବେ। ଶେଷରେ ନଡ୍ଡା ଟାଉନ ହଲରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ ବୋଲି ସାଂସଦ ବସନ୍ତ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।