ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ପଞ୍ଚାୟତ କାଳିଆ ସାହି ବ୍ୟାଙ୍କ ନିକଟରେ ସଡ଼କ ଦୁର୍ଘଟଣା ଘଟି ୨ଜଣ ସ୍କୁଟି ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ଡିଣ୍ଡିରା ଗାଁରୁ ୨ଜଣ ସ୍କୁଟି ଆରୋହୀ ଫିରିଙ୍ଗିଆ ଯାଉଥିବା ସମୟରେ ମାଙ୍କଡ଼ ସ୍କୁଟି ଉପରକୁ ଡେଇଁ ପଡ଼ିବାରୁ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ହୋଇଥିଲା । ଗୁରୁତର ଦ୍ୱୟଙ୍କୁ ରାସ୍ତାରେ ଯାଉଥିବା କିଛି ଲୋକେ ଦେଖିବା ପରେ ସ୍ୱେଛାସେବୀ ତଥା ଟିମ ହ୍ୟୁମାନିଟି ସଦସ୍ୟ ସଞ୍ଜୟ ଦିଗାଲକୁ ଖବର ଦେଇଥିଲେ । ପରେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଘଟଣାସ୍ଥଳରେ ପହଁଞ୍ଚି ନିଜ ବାଇକରେ ଫିରିଙ୍ଗିଆ ମେଡିକାଲ ପହଞ୍ଚାଇଥିବାବେଳେ ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।