ସଇଁନ୍ତଲା,ଏନ୍ଏନ୍ଏସ୍: ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘରେ ଗ୍ୟାସ ଯୋଗେ ରୋଷେଇ କରୁଥିବାବେଳେ ନିଆଁ ଲାଗିଲେ କିପରି ଭାବେ ଆୟତ୍ତ କରିବା, ବିପର୍ଯ୍ୟୟ ପରିସ୍ଥିତିରେ କିପରି ଭାବେ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇବା ଓ ବନ୍ୟା ପରିସ୍ଥିତିରେ କିପରି ଭାବେ ଲୋକଙ୍କୁ ଉଦ୍ଧାର କରିବା ସେସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ କର୍ମଚାରୀ ଦିବାକର ପଟ୍ଟନାୟକ, ଇନ୍ଦ୍ରଜିତ ଭୋଇ, ସଚିନ ପଟେଲ, ଭାଗିରଥି ମହାରଣା, ସଦାଶିବ ଭୁଏ, କିଶୋର କୁମାର ରାଉତ, ବିଡିଓ ଚନ୍ଦ୍ରମଣି ନାଗଙ୍କ ସମେତ ବ୍ଲକ କର୍ମଚାରୀ ସୁଧାଂଶୁ ଶେଖର ପ୍ରଧାନ, ଦେବାଶିଷ ସାହୁ, ଦୁଷ୍ମନ୍ତ ସାହୁ, ଇତିଶ୍ରୀ ଦେହୁରୀ, ସରପଞ୍ଚ ଗଜପତି ସାହୁ ଓ ଖୁଲନା ବାଗ ପ୍ରମୁଖ ଉପସ୍ଥିତ ଥିଲେ ।