Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକର ମୃତ୍ୟୁ, ଦୀର୍ଘ ୬ ଘଣ୍ଟା ପରେ ହଟିଲା ରାସ୍ତାରୋକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକର ମୃତ୍ୟୁ, ଦୀର୍ଘ ୬ ଘଣ୍ଟା ପରେ ହଟିଲା ରାସ୍ତାରୋକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଥାନା ଅନ୍ତର୍ଗତ ମାୟାବରା ଛକ ନିକଟରେ ଗତକାଲି ରାତି ୧୦ଟାରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମିଳିଥିବା ରିପୋର୍ଟ ମୁତାବକ, ଭାଲୁଜୁରୀ ଗ୍ରାମର ଖୁସି ମହାନନ୍ଦ ଝିଅକୁ ଚୁଡ଼ାପାଳି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଜ କାର ଯୋଗେ ନେଉଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାସ୍ତାରେ ଛିଡ଼ା ହୋଇଥିବା ସମୟରେ ପଛପଟୁ ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିଟି ଚୁରମାର ହେବାସହ ଖୁସି କାର ତଳେ ଚାପି ହୋଇଯାଇଥିଲେ । ବହୁ ପରିଶ୍ରମ କରି ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳୁ ଅଞ୍ଚଳର ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବୀ ନେଇ ରାସ୍ତାରୋକ କରିଛନ୍ତି । ଏହି ରାସ୍ତାରୋକ ଫଳରେ ଉଭୟ ପଟେ ଶତାଧିକ ଯାନବାହନ ଅଟକି ରହିଥିଲା । ଖବର ପାଇ ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଆଣୁଥିବା ସମୟରେ ଲୋକେ ପୁଲିସ ସହ ବଚସା ହୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପ୍ରଧାନ ଓ ଅତିରିକ୍ତ ତହସିଲଦାର ଧୀରଜ ପାତ୍ର ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ମାନି ନଥିଲେ । ପରେ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ପହଞ୍ଚି ଲୋକଙ୍କୁ ବୁଝାଇଥିଲେ କିନ୍ତୁ ତାଙ୍କ କଥା ମଧ୍ୟ କେହି ମାନି ନଥିଲେ । ପରେ ତହସିଲଦାର ଲକ୍ଷଣ ମାଝୀ ଆସି ମୃତକ ପରିବାରଙ୍କୁ ରେଡକ୍ରସ ତରଫରୁ ୩୦ ହଜାର ଟଙ୍କା ଦେବାକୁ କହିଥିଲେ । ତଥାପି ଆନ୍ଦୋଳନକାରୀମାନେ ତାଙ୍କ ଜିଦରେ ଅଟଳ ରହିଥିଲେ । ମୃତକ ଖୁସି ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ଆମେ ଏବେ ସର୍ବଶ୍ୱାନ୍ତ ହୋଇପଡ଼ିଛୁ । ସେଥିପାଇଁ ଆମ ପରିବାରରୁ ଜଣକୁ ସରକାରୀ ଚାକିରି ଦିଆଯାଉ ବୋଲି ପରିବାର ଲୋକ ଦାବୀ କରିଥିଲେ । ଶେଷରେ ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।