କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ଗ୍ରାମପଞ୍ଚାୟତରେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନୁଶିଳା ରୟ, ଜିଲ୍ଲା ଆଇନ ସହାୟତା ପ୍ରତିରକ୍ଷା ପରାମର୍ଶଦାତା ଜୟନ୍ତୀ ପାଣିଗ୍ରାହୀ ଓ ଅନ୍ୟତମ ଅତିଥି ସୀମା ଅଗ୍ରୱାଲା ଶ୍ରମ ବିଭାଗର ଆସିଷ୍ଟାଣ୍ଟ ଅଫିସର, ଗଞ୍ଜୁଗୁଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ଆଲୋକ କହଁର, ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶେଷଦେବ ମହାପାତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବକ୍ତାମାନେ ଶିଶୁ ଶ୍ରମିକ ନିରୋଧ ଆଇନ ଉପରେ ଆଲୋକପାତ କରିଥିଲେ । ଜୟନ୍ତୀ ପାଣିଗ୍ରାହୀ ଲୋକଙ୍କୁ ଅନ୍ୟାନ୍ୟ ଦିଗ ଉପରେ ଆଲୋକପାତ କରିଥିଲେ । ଶ୍ରମ ବିଭାଗର ଅଧିକାରୀ ଲେବର କାର୍ଡ ଓ ତତସଂଲଗ୍ନ ସମସ୍ତ ବିଷୟଗୁଡ଼ିକୁ ଲୋକଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଷୟରେ ମଧ୍ୟ ଲୋକଙ୍କୁ ସମ୍ୟକ ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ସଂଖ୍ୟାରେ ଲୋକମାନେ ଅଂଶଗ୍ରହଣ କରିଥିଲେ ।