କେସିଙ୍ଗା ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ନୂତନ କର୍ମକର୍ତ୍ତା ଚୟନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ଡମ୍ବ ସମାଜର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ କେସିଙ୍ଗା ତହସିର ଏମଆଇପି ଡ୍ୟାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତିକ୍ରମେ ସମାଜ ବରିଷ୍ଠ ସଦସ୍ୟ କ୍ଷେତ୍ରମଣି ସେନାପତିଙ୍କୁ ସଭାପତି ଭାବେ ଚୟନ କରାଯାଇଛି । ସେହିପରି ଉପସଭାପତି ଭାବେ ଅନଙ୍ଗ ତାଣ୍ଡି, ବାପି ବେହେରା ଓ ଗୋପାଳ ବେହେରାଙ୍କୁ ମନୋନୀତ କରାଯାଇଛି । ସାଧାରଣ ସମ୍ପାଦକଭାବେ ଦୁଃଖୀରାମ କୁମାରଙ୍କୁ ମନୋନୀତ କରାଯାଇଥିବାବେଳେ ବଳଦେବ ହରପାଲ ଓ ଗଜାନନ ସୁନାନୀଙ୍କୁ ସହସମ୍ପାଦକ ଭାବେ ମନୋନୀତ କରାଯାଇଛି । ସଂଯୋଜକ ଭାବେ ବିପିନ ବିହାରୀ ତାଣ୍ଡିଙ୍କୁ ମନୋନୀତ କରାଯାଇଥିବାବେଳେ ସାମାଜିକ ଗଣମାଧ୍ୟମ ମୁଖ୍ୟଭାବେ ଜଗନ୍ନାଥ ସୁନା ଓ କୋଷାଧ୍ୟକ୍ଷ ଭାବେ ସୁଜନ ଛଟ୍ରିଆଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି । ଆଇନ ପରାମର୍ଶ ଦାତା ଭାବେ ହରି ପ୍ରସାଦ ତାଣ୍ଡି ଓ କୃଷ୍ଣ କୁମାର ନାଗଙ୍କୁ ମନୋନୀତ କରାଯାଇଛି । ଉପଦେଷ୍ଟା ମଣ୍ଡଳୀରେ ସମାଜର ବରିଷ୍ଠ ସଦସ୍ୟ ଗଣେଶ୍ୱର ବେହେରା, ବେଲାଲସେନ ବେହେରା, ନବକିଶୋର ନାୟକ, ରମେଶ ଚନ୍ଦ୍ର କୁମାର, ଜଗଦୀଶ ଦୀପ, ହେମନ୍ତ ବାଗ, ସତ୍ୟାନନ୍ଦ ନାଗ, ସୁରେନ୍ଦ୍ର ବିନିଆ, ଶ୍ୟାମ କୁମାର, ଉପେନ୍ଦ୍ର ନାଗ ଓ ଭିକାରୀ ଚରଣ ତାଣ୍ଡିଙ୍କୁ ଆଗାମୀ ୨ ବର୍ଷ ପାଇଁ ମନୋନୀତ କରାଯାଇଛି । ଏହି କମିଟି ଆଗାମୀ ୨ ବର୍ଷ ପାଇଁ ଡମ୍ବ ସମାଜର ସାମାଜିକ, ଆର୍ôଥକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ କାମ କରି ସମାଜର ଅବହେଳିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ପ୍ରୟାସ କରିବ ବୋଲି ସାମାଜିକ ଗଣମାଧ୍ୟମ ମୁଖ୍ୟ ଜଗନ୍ନାଥ ସୁନା ପ୍ରକାଶ କରିଛନ୍ତି ।