ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ୍ ପକ୍ଷରୁ ଚଢ଼ଉ କରାଯାଇ ୨୮୫ କେଜି ଗଞ୍ଜେଇ ସହ ଗୋଟିଏ ବୋଲେରୋ ପିକଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି । ଏଥିସହ ୨ଜଣ ଆନ୍ତଃ ରାଜ୍ୟ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଦ୍ୱୟ ହେଲେ ଭୋପାଳର ସତ୍ୟମ୍ ଲୋଧ ଓ ସୋନି କିରାର । ଘଟଣାରେ ବାଲିଗୁଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି ।