ବାଲେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲେଶ୍ୱର ମେଡିକାଲରେ ଆହତଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ଏଭଳି ଘଟଣାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶଦ୍ଦ ନାହିଁ । ଏହି ଦୁର୍ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ସବୁ ପ୍ରକାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଁ ଓଡ଼ିଶା ସରକାର ଓ ପ୍ରଶାସନିକ ଅଧିକାରଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଏହି କ୍ଷେତ୍ରର ନାଗରିକଙ୍କୁ ନମନ କରୁଛି ସେମାନେ ରାତିସାରା ଉଦ୍ଧାର କାର୍ଯ୍ୟରେ ସାହଯ୍ୟ କରିବା ସହ ରକ୍ତଦାନ ମଧ୍ୟ କରିଛନ୍ତି । ଏହି ଦୁଃଖଦ ଘଟଣାରୁ ବାହାରିବା ପାଇଁ ପରମାତ୍ମା ଆମ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ । ଏଭଳି ଘଟଣା ଆମ ସମସ୍ତଙ୍କୁ ବଡ଼ ଶିକ୍ଷା ଦେଇଛି । ଏଭଳି ମୁହୂର୍ତ୍ତରେ ସଭିଙ୍କ ପରିଜନକୁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ ବୋଲି ଆମେ ସମସ୍ତେ ପ୍ରାର୍ଥନା କରିବା ।