ପୁଣି କୁସ୍ତିଯୋଦ୍ଧାଙ୍କୁ ମମତାଙ୍କ ସମର୍ଥନ

କୋଲକାତା: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁସ୍ତିଯୋଦ୍ଧାଙ୍କ ସମର୍ଥନ ପାଇଁ ଲଗାତାର ୨ୟ ଦିନରେ ଶୋଭାଯାତ୍ରା ବାହାର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଖେଳାଳୀଙ୍କୁ ତାଙ୍କ ଲଢ଼େଇ ଜାରି ରଖିବାକୁ ମୁଁ ଅନୁରୋଧ କରୁଛି । କୁସ୍ତିଯୋଦ୍ଧା ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ ବି ସମର୍ଥନ କରିବୁ । ଆମେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ମହମବତୀ ଜାଳି ଗାନ୍ଧିମୂର୍ତ୍ତି ପର୍ଯ୍ୟନ୍ତ ଯିବୁ । ଯେପର୍ଯ୍ୟନ୍ତ ବ୍ରିଜଭୂଷଣ ଗିରଫ ହୋଇନି ଆମେ ଛାଡ଼ିବୁନି । ଆମେ କୁସ୍ତିଯୋଦ୍ଧାଙ୍କ ସହ କଥା ହେବୁ ଏବଂ ପରେ ଆମ ଟିମ୍ ପଠାଇବୁ । କୁସ୍ତିଯୋଦ୍ଧାଙ୍କ ସମର୍ଥନ ପାଇଁ କାହାକୁ ନା କାହାକୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ।

ସୂଚନାଯୋଗ୍ୟ, ଶେଷରେ ବ୍ରିଜୂଷଣଙ୍କୁ ଗିରଫ କାହିଁକି କରାଯାଉନି ବୋଲି ମମତା ପ୍ରଶ୍ନ କରିଥିଲେ ।