ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ପରେ କେଜ୍ରିୱାଲ କହିଛନ୍ତି ଯେ, ଷ୍ଟାଲିନଙ୍କ ସହ ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ନେଇ ଚର୍ଚ୍ଚା ହୋଇଛି । ଏହା ଅଲୋକତନ୍ତ୍ରିକ ଏବଂ ଅସାମ୍ବିଧାନିକ । ଡିଏମକେ ଆପ୍ ଏବଂ ଦିଲ୍ଲୀ ଜନତାଙ୍କୁ ସମର୍ଥନ କରିବ ବୋଲି ଷ୍ଟାଲିନ ଆଶ୍ୱାସନା ଦେଇଛନ୍ତି । ମୁଁ ଖଡ଼ଗେ ଜୀ ଓ ରାହୁଲ ଜୀଙ୍କୁ ମଧ୍ୟ ସାକ୍ଷାତ ପାଇଁ ସମୟ ମାଗିଛି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ଉତ୍ତର ମିଳିନାହିଁ ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବା ପରେ ଷ୍ଟାଲିନ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଜଣେ ଭଲ ବନ୍ଧୁ । ବିଜେପି ସରକାର ଉପରାଜ୍ୟପାଳଙ୍କ ସହଯୋଗରେ କେନ୍ଦ୍ରଶାସିତ ରାଜ୍ୟ ଦିଲ୍ଲୀ ଓ ଆପ ସରକାର ଉପରେ ଚାପ ପକାଉଛି । ବିଜେପି ସରକାର ଦିଲ୍ଲୀରେ ଅଧ୍ୟାଦେଶ ଆଣିବ ଏବଂ ଡିଏମକେ ଜୋରଦାର ବିରୋଧ କରିବ ।