ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧା ନିଜ ମେଡାଲ ସହ ହରିଦ୍ୱାର ପହଞ୍ଚିଛନ୍ତି । ସେଠାରେ ଲୁହଭରା ଆଖିରେ କୁସ୍ତିଯୋଦ୍ଧା କହିଛନ୍ତି ଯେ, ସରକାର ଯଦି ଆମ କଥା ଶୁଣିବାକୁ ଏବଂ ଅଭିଯୁକ୍ତ ବ୍ରିଜଭୂଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ ତେବେ ଦେଶ ପାଇଁ ଜିତିଥିବା ଏହି ମେଡାଲର ମୂଲ୍ୟ କ’ଣ? ଆମେ ଏହି ମେଡାଲକୁ ଗଙ୍ଗାରେ ଭସାଇବା ପାଇଁ ଏଠାକୁ ଆସିଛୁ ।
ସୂଚନାଯୋଗ୍ୟ, ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଓ ସଙ୍ଗୀତା ଫୋଗାଟଙ୍କ ସମେତ ଅନେକ ଶୀର୍ଷ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧା ହରିଦ୍ୱାର ପହଞ୍ଚିଛନ୍ତି । ଏହି କୁସ୍ତିଯୋଦ୍ଧା ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି ।