କ୍ରିକେଟରୁ ସନ୍ୟାସ ନେଲେ ରାୟଡୁ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ ୫ମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗରେ ଚାମ୍ପିୟାନ ହେବାର ଗୌରବ ଅର୍ଜନ କରିଛି । ଏହି ଉପଲବ୍ଧିକୁ ଟିମ୍ ସେଲିବ୍ରେଟ କରୁଥିବାବେଳେ ପୁରୁଖା ଖେଳାଳୀ ଅମ୍ବାତି ରାୟଡୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜେ ରାୟଡ଼ୁ ଏସମ୍ପର୍କରେ ସୂଚନା ଦେଇଛନ୍ତିି ।

ଭାରତ ପାଇଁ ଦିନିକିଆ ଓ ଟି-ଟ୍ୱୋଣ୍ଟି ଖେଳିଥିବା ଅମ୍ବାତି ରାୟଡୁ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଇଛନ୍ତି । ସେ ଅଣ୍ଡର-୧୫ରୁ ଆରମ୍ଭ କରି ଜାତୀୟ ଟିମରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି । ଏହି ଦମଦାର ଖେଳାଳି ମେ’ ୨୮ ତାରିଖରେ ଆଇପିଏଲରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ ।