Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଉଦଯାପିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଉଦଯାପିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଉଦଯାପିତ ହୋଇଯାଇଛି । ଶେଷ ଦିନରେ ଚନ୍ଦହାଣ୍ଡି ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଜିଲ୍ଲା ଅରକ୍ଷୀ ଅଧିକ୍ଷିକା ଏସ ସୁଶ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ପାତ୍ର, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଜୀବୀ ହୁମେଶ୍ୱର ହଁସ ଓ ପାରା ଲିଗାଲ ସ୍ୱେଛାସେବୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୧ ଜଣଙ୍କୁ ହୁଇଲ ଚେୟାର, ୨ଜଣଙ୍କୁ ଅନ୍ଧ ବାଡ଼ି,୧୮ ଜଣଙ୍କୁ ଆଶା ବାଡ଼ି, ଜଣଙ୍କୁ ସହାୟକ ଆଶା ବାଡ଼ି, ୩ ଜଣଙ୍କୁ କର୍ଣ୍ଣ ଉପକରଣ ଏବଂ ୨୦ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ଏହି ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରାଲିଗାଲ ସ୍ୱେଚ୍ଛାସେବୀମାନେ ଲୋକଙ୍କ ଘର ଘର ବୁଲି ଦିବ୍ୟାଙ୍ଗମାନେ କିପରି ସେମାନଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଛିତ ନହେବେ ସେଥିପାଇଁ ପ୍ରଚାର ଜାରି ରଖିଛନ୍ତି ଏବଂ ଯେଉଁମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ସେମାନଙ୍କୁ ଚିହ୍ନଟ କରୁଛନ୍ତି । ସାରା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି ସ୍ୱତନ୍ତ୍ର ଅଭିଯାନ ୨୨ ତାରିଖରୁ ଆରମ୍ଭ ହୋଇଥିଲା ।