ମଣିପୁର: ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ହିଂସା ପ୍ରଭାବିତ ମଣିପୁରର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ସେଠାରେ ପହଞ୍ଚିଛନ୍ତି । ଏହି ଦ୍ୱି-ଦିବସୀୟ ଗସ୍ତରେ ଜେନେରାଲ ପାଣ୍ଡେଙ୍କ ସହ ସେନାର ପୂର୍ବ କମାଣ୍ଡେଣ୍ଟ ଲେଫ୍ଟନେଣ୍ଟ ଜେନେରାଲ ରାଣା ପ୍ରତାପ କଲିତା ରହିବେ ।
ସୂଚନାଯୋଗ୍ୟ, ମଣିପୁରରେ ଅନୁସୂଚିତ ଜନଜାତି(ଏସଟି) ପାହ୍ୟା ପାଇଥିବା ମେଇତୀ ସମୁଦାୟର ଦାବୀ ବିରୋଧରେ ମେ’ ୩ରେ ‘ଆଦିବାସୀ ଏକଜୁଟତା ମାର୍ଚ୍ଚ’ ଆୟୋଜନ ପରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ମଣିପୁରର ୫୩ ପ୍ରତିଶତ ଜନବସତି ମଇତି ସମ୍ପ୍ରଦାୟର ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଇମ୍ଫାଲ ଘାଟିରେ ରହିଥାନ୍ତି ।