ଭାରତ ୨ ବର୍ଷରେ ହେବ ବିଶ୍ୱର ୪ର୍ଥ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବଡ଼ ଦାବୀ କରିଛନ୍ତି । ବୈଷ୍ଣବ କହିଛନ୍ତି ଯେ, ଭାରତ ଆଗାମୀ ୨ ବର୍ଷରେ ବିଶ୍ୱର ୪ର୍ଥ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ।

କେନ୍ଦ୍ର ସୂଚନା ପ୍ରାଦ୍ୟୋଗିକ ଏବଂ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ନୀତି ଏବଂ ଭୂମି ସ୍ତରରେ ଉଠା ଯାଇଥିବା ପଦକ୍ଷେପ ଯୋଗୁ ଭାରତ ୪ର୍ଥ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ହେବା ପାଇଁ ପ୍ରସ୍ତୁତ ରହିଛି । ମୋଦୀ ସରକାର ଆସିବା ପରେ ୨୦୧୪ରୁ ଦେଶରେ ଖୁବ୍ ଦ୍ରୁତ ଗତିରେ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ଆସିଛି ।