Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଫାଇନାଲ୍‌ ପାଇଁ ଲଢିବେ ଚେନ୍ନାଇ-ଗୁଜୁରାଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଫାଇନାଲ୍‌ ପାଇଁ ଲଢିବେ ଚେନ୍ନାଇ-ଗୁଜୁରାଟ

ଚେନ୍ନାଇ,ଏଜେନ୍ସି: ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ରବିବାର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳାଯିବା ପରେ ପ୍ଲେଅଫ୍ ପାଇଁ ୪ଟି ଟିମ୍‌ ଯୋଗ୍ୟତା ପାଇଛନ୍ତି । ଏଥି ମଧ୍ୟରୁ ଶୀର୍ଷ ଦୁଇ ସ୍ଥାନରେ ଥିବା ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍‌ସ ମଧ୍ୟରେ ମଙ୍ଗଳବାର ଏଠାକାର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ଠାରେ କ୍ୱାଲିଫାୟର୍‌-୧ ଖେଳାଯିବ । ଏଥିସହ ଆଇପିଏଲ୍‌ର ଚଳିତ ସଂସ୍କରଣର ଅନ୍ତିମ ସପ୍ତାହ ମଧ୍ୟ ଆରମ୍ଭ ହେବ । କ୍ୟାରିଅର୍‌ର ଶେଷ ଥର ପାଇଁ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଘରୋଇ ଗ୍ରାଉଣ୍ଡ୍‌ରେ ଖେଳିବାକୁ ଥିବାରୁ ଷ୍ଟାଡିୟମ୍ ନିଶ୍ଚିତ ଭାବେ ହାଉସ୍‌ଫୁଲ୍ ରହିବ । କାରଣ ୪୧ ବର୍ଷୀୟ ଧୋନିଙ୍କର ଚେନ୍ନାଇ ଫ୍ୟାନ୍‌ଙ୍କ ନିକଟରେ ଅସମ୍ଭବ କ୍ରେଜ୍ ରହିଛି ।

ଧୋନିଙ୍କର ଏହା ଅନ୍ତିମ ଆଇପିଏଲ୍ ହୋଇଥିବାରୁ ଚେନ୍ନାଇ ବ୍ୟତୀତ ଅନ୍ୟାନ୍ୟ ଭେନ୍ୟୁରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଯଥେଷ୍ଟ ଭିଡ଼ ଦେଖିବାକୁ ମିଳିଛି । ନିଜର ଅବସର ନେଇ କୌଣସି ଠୋସ୍ ସୂଚନା ନ ଦେଇ ଧୋନି ଫ୍ୟାନ୍‌ମାନଙ୍କ କୌତୂହଳ ବଢ଼ାଇ ଚାଲିଛନ୍ତି । ତେଣୁ ଫ୍ୟାନ୍‌ମାନେ ନିଜର ପ୍ରିୟ ଖେଳାଳିଙ୍କ ଅନ୍ତିମ ମ୍ୟାଚ୍ ଦେଖିବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ତେଣୁ ଗତ ସଂସ୍କରଣଗୁଡ଼ିକ ତୁଳନାରେ ଚଳିତ ଆଇପିଏଲ୍‌ରେ ଚେନ୍ନାଇ ମ୍ୟାଚ୍ ଦେଖିବା ସକାଶେ ଫ୍ୟାନ୍‌ଙ୍କ ଆଗ୍ରହ ଯଥେଷ୍ଟ ଅଧିକ ପରିଲକ୍ଷିତ ହୋଇଛି ।

୪ ଥରର ଚାମ୍ପିଅନ୍ ଚେନ୍ନାଇ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ମଧ୍ୟରେ ହେବାକୁ ଥିବା ମୁକାବିଲାଟି ଯେ ରୋମାଞ୍ଚକର ହେବ, ଏଥିରେ ସାମାନ୍ୟତମ ଦ୍ୱନ୍ଦ୍ୱ ନାହିଁ । କାରଣ ଗୋଟିଏ ଦଳର ନେତୃତ୍ୱ ଅଭିଜ୍ଞ ଧୋନି ନେଉଥିବା ବେଳେ ଅନ୍ୟ ଦଳଟିର ନେତୃତ୍ୱ ଜଣେ ଉଦୀୟମାନ ଅଧିନାୟକଙ୍କ ହାତରେ ରହିଛି । ଧୋନିଙ୍କ ଦୃଢ଼ ଓ ଚତୁର ନେତୃତ୍ୱ ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ଶାଣିତ କରିପାରିଛି । ଶିବମ୍ ଦୁବେ ହୁଅନ୍ତୁ ଅବା ମାଥିଶା ପାଥିରାନାଙ୍କ ପରି ଯୁବ ଖେଳାଳି ଅବା ଆଜିଙ୍କ୍ୟ ରାହାଣେଙ୍କ ପରି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌, ସମସ୍ତେ ଧୋନିଙ୍କ ନେତୃତ୍ୱରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି କାରଣରୁ ଦଳ ପଏଣ୍ଟ୍ ଟେବଲ୍‌ରେ ଦ୍ୱିତୀୟ ସ୍ଥାନରେ ରହିପାରିଛି । ଅନ୍ୟପକ୍ଷରେ ଗୁଜରାଟ ମଧ୍ୟ ଶୁବମାନ ଗିଲ୍‌ଙ୍କ ପରି ଯୁବ ବ୍ୟାଟ୍ସମ୍ୟାନ୍ ଓ ମହମ୍ମଦ ଶମିଙ୍କ ପରି ଅଭିଜ୍ଞ ବୋଲରଙ୍କ ସ୍ଥିର ପ୍ରଦର୍ଶନ କାରଣରୁ ପଏଣ୍ଟ୍ ଟେବଲ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ମଙ୍ଗଳବାରର ମ୍ୟାଚ୍ ଜିତିଲେ ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ଖେଳିବ ।

ଏଥିସହ ଦଳ ଟାଇଟଲ୍ ଜିତିବା ପାଇଁ ୧.୩୨ ଲକ୍ଷ ଘରୋଇ ଦର୍ଶକଙ୍କ ସମର୍ଥନ ମଧ୍ୟ ପାଇପାରିବ । କାରଣ ଆସନ୍ତା ୨୮ ତାରିଖର ଫାଇନାଲ୍ ମ୍ୟାଚ୍‌ଟି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ । ଗିଲ୍ ରବିବାର ମ୍ୟାଚ୍‌ରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରି ଅରେଞ୍ଜ୍ କ୍ୟାପ୍ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । କିନ୍ତୁ ପ୍ରଥମ ସ୍ଥାନରେ ଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍‌ଙ୍କ ଅଭିଯାନ ଶେଷ ହୋଇସାରିଥିବାରୁ ଗିଲ୍‌ଙ୍କ ପାଖରେ ସର୍ବାଧିକ ସ୍କୋରର୍ ହେବାର ସୁଯୋଗ ରହିଛି । ଡୁ ପ୍ଲେସିସ୍ ୭୩୦ ରନ୍ କରିଥିବା ବେଳେ ଗିଲ୍ ୬୮୦ ରନ୍ କରିସାରିଛନ୍ତି । ତାଙ୍କ କ୍ରମାଗତ ଶତକ ବଳରେ ଗୁଜରାଟ ଚତୁର୍ଦ୍ଦଶ ମ୍ୟାଚ୍‌ରେ ଦଶମ ବିଜୟ ହାସଲ କରିଥିଲା ।