ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ , ପାସହାର ୯୬.୪୦ ପ୍ରତିଶତ

କଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ଏଥର ପାସହାର ୯୬.୪୦ ପ୍ରତିଶତ ରହିଛି। A1ରେ-୪ହଜାର୧୫୮, A2ରେ ୨୯ହଜାର ୮୩୮, B1ରେ ୭୭ହଜାର ୫୬୭ ଓ B2ରେ ୧ଲକ୍ଷ ୧୮ହଜାର ୭୫୦ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ୩ହଜାର ୧୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି । କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସହାର ୯୭.୦୫ ପ୍ରତିଶତ ହୋଇଥିବାବେଳେ ଛାତ୍ରଙ୍କ ପାସ ହାର ୯୫.୭୫ ପ୍ରତିଶତ ରହିଥିବା ଜଣାପଡ଼ିଛି ।