ନୂଆଦିଲ୍ଲୀ: ଆମେରିକା ପୁଣିଥରେ ଧାର୍ମିକ ହିଂସାକୁ ନେଇ ଭାରତକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି । ଆମେରିକାର ବୈଦେଶିକ ବିଭାଗ ଧାର୍ମିକ ସ୍ୱତନ୍ତ୍ରତା ଉପରେ ବାର୍ଷିକ ରିପୋର୍ଟ ଜାରି କରିଛି । ୨୦୨୨କୁ ନେଇ ଜାରି ହୋଇଥିବା ରିପୋର୍ଟରେ ଭାରତରେ ମୁସଲମାନ ଓ ଖ୍ରୀଷ୍ଟିଆନ ସମେତ ଧାର୍ମିକ ଅଳ୍ପସଂଖ୍ୟକଙ୍କ ଉପରେ ଆକ୍ରମଣ ହେଉଥିବା କଥା କୁହାଯାଇଛି । ଏହି ରିପୋର୍ଟ ଉପରେ ଭାରତରେ ଲଗାତାର ଭାବେ ହେଉଥିବା ଧାର୍ମିକ ହିଂସାକୁ ଆମେରିକା ନିନ୍ଦା କରୁଛି ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆମେରିକୀୟ ଅଧିକାରୀଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆଗାମୀ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।