କଟକ,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୧୮ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଏହାସହ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବ । ୧୮ ତାରିଖ ଦିନ ୧୦ଟା ବେଳେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ରେଜଲ୍ଟ ପ୍ରକାଶ ପାଇବ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରମାଶିଷ ହାଜରା ସୂଚନା ଦେଇଛନ୍ତି ।
www.bscodisha.ac.in ବୋର୍ଡ ୱେବସାଇଟରେ ରେଜଲ୍ଟ ଜାଣି ହେବ । ଏହାସହ ନିଜ ମୋବାଇଲରୁ OR10 ଏବଂ ନିଜ ରୋଲ ନଂକୁ ଟାଇପ କରି 5676750କୁ ପଠାଇଲେ ରେଜଲ୍ଟ ମିଳିବ ।