କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ପ୍ରତିକ୍ରିୟା ରଖିଛନ୍ତି । ବୋମ୍ମଇ କହିଛନ୍ତି ଯେ, ଆମେ ଜନତାଙ୍କ ନିର୍ଣ୍ଣୟକୁ ସ୍ୱୀକାର କରୁଛୁ । ଏହାର ଅନେକ କାରଣ ରହିଛି । ଆମେ ସବୁ କାରଣ ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କରିବୁ ଏବଂ ସଂସଦୀୟ ନିର୍ବାଚନ ପାଇଁ ପୁଣି ପାର୍ଟିକୁ ସୁଦୃଢ଼ କରିବୁ ।
ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଆହୁରି କହିଛନ୍ତି ଯେ, କେଉଁଠି ଭୁଲ ରହିଲା ତାହା ଆମେ ବିଶ୍ଳେଷଣ କରିବୁ । ଆମେ ବିଭିନ୍ନ ସ୍ତରରେ ଆମ ଭୁଲକୁ ଦେଖି ତାକୁ ଠିକ୍ କରିବା ସହ ଲୋକସଭା ନିର୍ବାଚନରେ ପୁଣି ପ୍ରତ୍ୟାବର୍ତ୍ତନ କରିବୁ ।