ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକାଙ୍କୁ ଆଉ ୨ଟି ବିଭାଗର ଦାୟିତ୍ୱ ମିଳିଛି । ପ୍ରମିଳାଙ୍କୁ ଉଭୟ ଗଣଶିକ୍ଷା ଓ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗତକାଲି ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାସ ଓ ଶ୍ରମମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେଥିପାଇଁ ଖାଲି ପଡ଼ିଥିବା ୨ ବିଭାଗର ଦାୟିତ୍ୱ ପ୍ରମିଳାଙ୍କୁ ହସ୍ତାନ୍ତର କରାଯାଇଛି ।