କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, କର୍ଣ୍ଣାଟକ ଜନତାଙ୍କୁ ବିଜୟର ଶୁଭକାମନା ଜଣାଉଛି । ମୁଁ ଆମ ନେତା ଓ କର୍ମକର୍ତ୍ତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ଆମେ ପ୍ରେମ ବଳରେ ଘୃଣାକୁ ହରାଇ ଦେଇଛୁ । କଂଗ୍ରେସ ଜନତାଙ୍କୁ ଆମେ ୫ଟି ପ୍ରତିଶ୍ରୁତି ଦେଇଥିଲୁ । ଆମେ ଏହି ପ୍ରତିଶ୍ରୁତିକୁ ପ୍ରଥମ ଦିନରେ ପ୍ରଥମ କ୍ୟାବିନେଟରେ ହିଁ ପୂରଣ କରିବୁ । କଂଗ୍ରେସ ପାର୍ଟି କର୍ଣ୍ଣାଟକରେ ଗରିବଙ୍କ ସହ ଛିଡ଼ା ହୋଇଛି ।
ରାହୁଲ ଗାନ୍ଧୀଙ୍କ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୟାନ ସାମ୍ନାକୁ ଆସିଥିଲା । ଖଡ଼ଗେ କହିଥିଲେ ଯେ, ଗାନ୍ଧୀ ପରିବାର ଯୋଗୁ କଂଗ୍ରେସ ଏକଜୁଟ ହୋଇ ଲଢ଼ୁଛି । ଦେହ ଭଲ ନଥିଲେ ମଧ୍ୟ ସୋନିଆ ପ୍ରଚାର କରିଥିଲେ । ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କୁ ବିଜୟର ଶ୍ରେୟ ଯାଉଛି ।