ଦୀପାଳିଙ୍କ ବିପୁଳ ବିଜୟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି । ଦୀପାଳି ମୋଟ ୧ଲକ୍ଷ ୭ହଜାର ୧୯୮ ଭୋଟ ପାଇଛନ୍ତି । ଅନ୍ୟପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମୋଟ ୫୮ହଜାର ୪୭୭ ଭୋଟ ପାଇଛନ୍ତି । ଫଳରେ ଦୀପାଳି ୪୮ହଜାର ୭୨୧ ଭୋଟରେ ଟଙ୍କଧରଙ୍କୁ ହରାଇ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪ହଜାର ୪୯୬ ଖଣ୍ଡ ଭୋଟ ମିଳିଛି ।