ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ବରିଷ୍ଠ ପୁଲିସ ଅଧିକାରୀ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଏଡିଜି ଅପରେସନ ଅମିତାଭ ଠାକୁର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ହାତୀ ଗାଁ ଗସ୍ତ କରିଛନ୍ତି । ସେମାନଙ୍କ ସହ ଏସପି ଏସ.ସୁଶ୍ରୀ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରହିଛନ୍ତି । ଏହି ସମୟରେ ସମସ୍ତ ଅଧିକାରୀ ନବରଙ୍ଗପୁର ଜିଲ୍ଲାର ମାଓ ସମୀକ୍ଷା କରିଥିଲେ । ଏହାସହ ଅଞ୍ଚଳର ଛୋଟ ଛୋଟ ସ୍କୁଲ ପିଲାଙ୍କୁ ବହି ଖାତା ଓ ପାଠପଢ଼ା ସାମଗ୍ରୀ ବଣ୍ଟନ କରିଥିଲେ । ଗସ୍ତରେ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ମାଓ ଅଧୁଷିତ ଅଞ୍ଚଳରେ ଦ୍ରୁତ ବିକାଶକୁ ଫୋକସ କରିବା ସହ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ସରକାର ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିବା କହିଛନ୍ତି ।