ନୂଆଦିଲ୍ଲୀ: ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ବିରୋଧରେ ସିବିଆଇ ଦୁର୍ନୀତି ମାମଲା ଦାୟର କରିଛି । ଏନସିବିର ଭିଜିଲାନ୍ସ ଓ ଯାଞ୍ଚ ରିପୋର୍ଟ ଆଧାରରେ ସିବିଆଇ ମାମଲା ଦାୟର କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସମୀର ୱାଙ୍ଖଡେ କଥିତ ରୂପେ କ୍ରୁଜ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲେ । ଏହି ମାମଲାରେ ଆର୍ଯ୍ୟନଙ୍କୁ ନ ଫସାଇବା ପାଇଁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ୱାଙ୍ଖଡେ ଓ ଅନ୍ୟ ଅଧିକାରୀଙ୍କ ଉପରେ ଆରୋପ ଲାଗିଛି । ଅନ୍ୟପଟେ ସିବିଆଇ ଓ ଅନ୍ୟ ଅଧିକାରୀଙ୍କ ଠିକଣାରେ ରେଡ୍ ମାରିଛି ।