ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ପଞ୍ଚାୟତର କେଶରୀଗୁଡ଼ାବାସୀ ବିଶୁଦ୍ଧ ପାନୀୟ ଜଳ ଦେଖି ନାହାଁନ୍ତି । ବର୍ଷ ସାରା ଚୁଆ ପାଣିରେ ଜୀବନ ବିତାଉଛନ୍ତି । ଉକ୍ତ ପଞ୍ଚାୟତର ୨ନମ୍ୱର୍ ୱାର୍ଡର କେଶରିଗୁଡ଼ାରେ ୮ଟି ଘରେ ୫୦ ଲୋକ ବାସ କରୁଛନ୍ତି । କିନ୍ତୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ସରିଯାଇଥିଲେ ମଧ୍ୟ ଗ୍ରାମବାସୀ ମୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଉ ନାହାଁନ୍ତି । ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ବୋଲି ଉକ୍ତ ଗ୍ରାମର ସୋନୁମତି ପରଜା, ଶୁନଦେଇ ପରଜା, ଦହନା ସକ୍ଷନ୍ତା ଓ ଚମ୍ପା ସକ୍ଷନ୍ତା ପ୍ରମୁଖ କହିଛନ୍ତି । ଏସମ୍ପର୍କରେ ଜାଣିବା ପାଇଁ ବିଭାଗୀୟ ଯନ୍ତ୍ରୀ ଶରତ କୁମାର ବେହେରାଙ୍କୁ ବାରମ୍ବାର କଲ୍ କରିବା ସତ୍ୱେ ସେ ଫୋନ୍ ଉଠାଇ ନଥିଲେ ।