Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଶ୍ବକୁ ମିଳିବ ଜିକା ଭ୍ୟାକ୍ସିନ୍ ! ପ୍ରଥମ କ୍ଲିନିକାଲ୍ ଟେଷ୍ଟ ଆରମ୍ଭ କଲା ବ୍ରିଟେନ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଶ୍ବକୁ ମିଳିବ ଜିକା ଭ୍ୟାକ୍ସିନ୍ ! ପ୍ରଥମ କ୍ଲିନିକାଲ୍ ଟେଷ୍ଟ ଆରମ୍ଭ କଲା ବ୍ରିଟେନ୍‌

ଲଣ୍ଡନ,ଏଜେନ୍ସି: ଜିକା ଭ୍ୟାକ୍ସିନ୍‌ର ପ୍ରଥମ କ୍ଲିନିକାଲ୍ ଟେଷ୍ଟ ଆରମ୍ଭ କଲା ବ୍ରିଟେନ୍ । ପଶୁ ଉପରେ ଟିକାର ସକରାତ୍ମକ ପ୍ରଭାବ ପଡିବା ପରେ ବ୍ରିଟେନ ଏହି ଜିକା ଟିକାର ପ୍ରଥମ ମାନବ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛି । ଲିଭରପୁଲ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଟିକାର ପରୀକ୍ଷା କରାଯାଉଛି । ଯଦିଓ ୨୦୧୬ ଭଳି ବର୍ତ୍ତମାନ ଜିକାର କୌଣସି ଭୟାବହତା ନାହିଁ, ତଥାପି ମାନବ ସମାଜ ପାଇଁ ଏହି ଭାଇରସ୍ ବିପଦ ସୃଷ୍ଟି କରିଛି । ତେଣୁ ଟିକାର ଆବଶ୍ୟକତା ନିଶ୍ଚିତ ରୂପେ ରହିଛି ।

ଗର୍ଭବତୀ ମହିଳାମାନଙ୍କ ପାଇଁ ଜିକା ସଂକ୍ରମଣ ସବୁଠୁ ଅଧିକ ବିପଦ । କାରଣ ଏହି ଭୂତାଣୁ ଭ୍ରୁଣର ଜନ୍ମଗତ ତ୍ରୁଟି ସୃଷ୍ଟି କରିବାର କ୍ଷମତା ରହିଛି । ବର୍ତ୍ତମାନ ପ୍ରସ୍ତୁତ ହେଉଥିବା ଟିକା ଗର୍ଭାବସ୍ଥାରେ ବ୍ୟବହାର ପାଇଁ ଉପଯୁକ୍ତ ବୋଲି କୁହାଯାଉଛି । କାରଣ ଏହି ଟିକା ଅତ୍ୟଧିକ ପ୍ରତିରକ୍ଷା ଏବଂ ଦୀର୍ଘସ୍ଥାୟୀ ପ୍ରତିରକ୍ଷା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ । ପଶୁ ଉପରେ କରାଯାଇଥିବା ଅଧ୍ୟୟନରେ ଆଶା ଅନୁରୂପ ଫଳାଫଳ ମିଳିବା ପରେ ବର୍ତ୍ତମାନ ମାନବ ଉପରେ ପରୀକ୍ଷଣ ଆରମ୍ଭ ହୋଇଛି ।

ଯଦି ପରୀକ୍ଷଣ ସଫଳ ହୁଏ, ତେବେ ନୂତନ ଟିକା ଜିକା ଭାଇରସକୁ ମାତ୍ ଦେବାରେ ଏକ ଗେମ୍ ଚେଞ୍ଜର୍ ଭାବେ କାମ କରିବ । କାରଣ ବର୍ତ୍ତମାନ ସୁଦ୍ଧା ବିଶ୍ବରେ ଜିକାକୁ ମାତ୍ ଦେବା ପାଇଁ ଟିକାର ଉଦ୍ଭାବନ ହୋଇପାରିନାହିଁ । ସୂଚନା ଅନୁସାରେ ଜିକା ବିରୋଧରେ ଭାରତ ମଧ୍ୟ ଏକ ଟିକା ପ୍ରସ୍ତୁତ କରୁଛି । ହେଲେ ଏହାର ବ୍ୟବହାର ପାଇଁ ବର୍ତ୍ତମାନ ସୁଦ୍ଧା ଅନୁମତି ମିଳିପାରିନାହିଁ ।

ଜଣେ ଅନୁସନ୍ଧାନକାରୀ କ୍ରିଷନ୍ଥି ଶୁବ୍ରମଣିଅମ୍ କହିଛନ୍ତି ଯେ, “ଜିକାର ଭୟାବହତାକୁ ଭୁଲିଯିବା ଉଚିତ୍ ନୁହେଁ । ଯେଉଁ ଦେଶର ଲୋକଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ଥାଏ, ସେହି ଦେଶରେ ରୋଗ ବ୍ୟାପିବାର ଆଶଙ୍କା ଅଧିକ । ଟିକା ପ୍ରସ୍ତୁତ ହୋଇଗଲେ ପରବର୍ତ୍ତୀ ସଂକ୍ରମଣ ସହ ଲଢିବା ସହଜ ହେବ ।” ଏହି ପରୀକ୍ଷଣ ପାଇଁ 18-59 ବର୍ଷ ମଧ୍ୟରେ ସୁସ୍ଥ ବ୍ୟକ୍ତିବିଶେଷଙ୍କୁ ନିଆଯାଇଛି । ଟିକାର ନିରାପତ୍ତା, ସହନଶୀଳତା ଏବଂ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିବାର କ୍ଷମତାକୁ ଆକଳନ କରାଯିବ । ଏକକାଳୀନ ଚାରିଜଣ ଅଂଶଗ୍ରହଣକାରୀଙ୍କ ଗୋଷ୍ଠୀରେ ଏହି ଟିକାକୁ ମୂଲ୍ୟାଙ୍କନ କରାଯିବ । ମାନବ ଉପରେ ଟିକାର କି ପ୍ରଭାବ ରହୁଛି ତାହା ଆଗାମୀ ୯ ମାସ ମଧ୍ୟରେ ସ୍ପଷ୍ଟ ହୋଇଯିବ ।