Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଋଷି ସୁନକ ସରକାରଙ୍କୁ ଝଟକା, ଇସ୍ତଫା ଦେଲେ ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାବ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଋଷି ସୁନକ ସରକାରଙ୍କୁ ଝଟକା, ଇସ୍ତଫା ଦେଲେ ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାବ

ଲଣ୍ଡନ,ଏଜେନ୍ସି: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଝଟକା । ଦିନକୁ ଦିନ ସେ ସମସ୍ୟା ଭିତରେ ଛନ୍ଦି ହେଉଥିବା ବେଳେ ଏବେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ଉପ-ପ୍ରଧାନମନ୍ତ୍ରୀ ଡୋମିନିକ ରାବ ଇସ୍ତଫା ଦେଇଛନ୍ତି । ଏନେଇ ସେ ଗତକାଲି(ଶୁକ୍ରବାର) ଘୋଷଣା କରିଛନ୍ତି । କାର୍ଯ୍ୟ ସମୟରେ ସେ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଅଭିଯୋଗ ହେବା ପରେ ଡୋମିନିକ ଏହି ନିଷ୍ପତ୍ତି ନେଇଛନ୍ତି । ମାମଲାରେ ତାଙ୍କ ବିରୋଧରେ ରିପୋର୍ଟ ଆସିବା ପରେ ସେ ଇସ୍ତଫା ଦେଇଛନ୍ତି ।

ଅନ୍ୟପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୪୯ ବର୍ଷୀୟ ଡୋମିନିକ ରାବ । ଏନେଇ ସେ କହିଛନ୍ତି, ” ମୁଁ ତଦନ୍ତ ରିପୋର୍ଟ ଗ୍ରହଣ କରିବାକୁ ବାଧ୍ୟ । କିନ୍ତୁ ମୁଁ କୌଣସି ପ୍ରକାର ଭୁଲ କରି ନାହିଁ କିମ୍ବା କାହାକୁ ଖରାପ ବ୍ୟବହାର କରି ଧମକ ଦେଇନାହିଁ । ସବୁ ସମୟରେ ମୁଁ ପେଶାଦାର ବ୍ୟବହାର କରିଛି । ମୁଁ ମଧ୍ୟ ବିଶ୍ୱାସ କରେ ଯେ ଉଭୟ ପ୍ରତିକୂଳ ଫଳାଫଳ ଭୁଲ ଅଟେ ଏବଂ ଏହା ଉତ୍ତମ ସରକାରର ଆଚରଣ ପାଇଁ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରୁଛି । ତଦନ୍ତ ପାଇଁ ମୁଁ ନିଜେ ଦାବି କରିଥିଲି । ତେଣୁ ମୋ ବିରୋଧରେ ରାୟ ଆସିବା ପରେ ମୁଁ ନିଜେ ହିଁ ଇସ୍ତଫା ଦେଉଛି । ନିଜ କଥା ରଖିବାକୁ ମୁଁ ବେଶ ଗୁରୁତ୍ବ ଦିଏ ।”

ପ୍ରକାଶଥାଉ କି, ଡୋମିନିକ ରାବ ୨୦୧୦ ମସିହାରେ ପ୍ରଥମେ ବ୍ରିଟେନ ସାଂସଦକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ନ୍ୟାୟ ସଚିବ ଏବଂ ବିଦେଶ ସଚିବ ରହିଥିଲେ । ତେବେ ବୋରିସ ଜନସନଙ୍କ ସମୟରେ ଉପ-ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାରି ଭିତରେ ୨୦୨୦ ମସିହାରେ ଜନସନଙ୍କ ଅସୁସ୍ଥତା କାରଣରୁ ସେ ପ୍ରଧାନମନ୍ତ୍ରୀ ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ । ସେବେ ଠାରୁ ସେ ଉପ-ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଆସୁଥିବା ବେଳେ ତାଙ୍କ ବିରୋଧରେ ଗତ ନଭେମ୍ବର ମାସରେ ଅଭିଯୋଗ ଆସିଥିଲା । ୩ଟି ବିଭାଗର ଅଧିକାରୀଙ୍କୁ ରାବ ଖରାପ ବ୍ୟବହାର ସହ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ସରକାରୀ ଅଧିକାରୀମାନେ ହିଁ ଏହି ଅଭିଯୋଗ ଆଣିଥିଲେ । ତେବେ ଅଭିଯୋଗକୁ ଆଧାର କରି ଉପଯୁକ୍ତ ତଦନ୍ତ କରାଯାଉ ବୋଲି ସେ କହିଥିଲେ । ହେଲେ ତାଙ୍କ ବିପକ୍ଷରେ ରାୟ ଆସିବା ପରେ ସେ ଶୁକ୍ରବାର ଇସ୍ତଫା ଦେଇଛନ୍ତି ।