ପାଟଣାଗଡ଼,ଏନ୍ଏନ୍ଏସ୍: ଦେଶର ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ପାଟଣାଗଡ଼ ଧୁମାଭଟା ଛକରେ ଥିବା ପ୍ରତିମୂର୍ତ୍ତିରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଓ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଶାନ୍ତ ମହାନ୍ତି, ବାବୁଲା ଦାସ, ସନ୍ତୋଷ କୁମାର ମେହେର ଓ ସୁରୁସିଂ ନିନା ସମେତ ବହୁ ବିଜେପି ନେତା ଯୋଗ ଦେଇଥିଲେ । ଏହି ଅବସରରେ ସାଂସଦ ଆମ୍ବେଦକରଙ୍କ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ।