ଝରିଗାଁ,ଏନ୍ ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ବାଣୁଆଗୁଡ଼ା ପଞ୍ଚାୟତର ଦେଉଳ କଣା ଶିବ ମନ୍ଦିର ପରିସରରେ ୧୦ଟି ପଞ୍ଚାୟତର ବିଜେଡି ଦଳୀୟ କର୍ମୀଙ୍କୁ ନେଇ ଆଗାମୀ ନିର୍ବାଚନ ରଣନୀତି ନେଇ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଯୋଗଦେଇ କର୍ମୀଙ୍କୁ ଦଳର ବିଜୟ ପାଇଁ ଗୁରୁମନ୍ତ୍ର ଦେଇଥିଲେ । ଝରିଗାଁ ବିଧାନସଭାର ସର୍ବାଙ୍ଗୀନ ଉନ୍ନତି ପାଇଁ ଲୋକଙ୍କ ସହ ଆଲୋଚନା କରିବା ସହ ଉଭୟ ନେତା ସାମ୍ପ୍ରତିକ ପରିସ୍ଥିତିରେ କର୍ମୀଙ୍କ ପରାମର୍ଶ ଉପରେ ଦୃଷ୍ଟି ଦେଇଥିଲେ। ଜଳ ସେଚନ ସୁବିଧା, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ପାଇଁ ଗୁରୁତ୍ୱ ଦେବାସହ ଅଞ୍ଚଳବାସୀଙ୍କ ଆର୍ଥିକ ପ୍ରଗତି ଦଳର ମୁଖ୍ୟ ପ୍ରସଙ୍ଗ ବୋଲି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଧାନ କିଣା ନୀତି ଉପରେ ବର୍ଷିଥିଲେ । ଧାନର ଉଚିତ୍ ମୂଲ୍ୟ ପାଇବାରୁ ରାଜ୍ୟ ଓ ଜିଲ୍ଲାର ଚାଷୀକୁଳ ଦୀର୍ଘଦିନରୁ ବଞ୍ଚିତ ହେଉଥିବା ନେଇ କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ନିଜ ବକ୍ତ ରଖିଥିଲେ ।