ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାସ୍ତରୀୟ ଉଠା ଜଳସେଚନ ବିଭାଗର ସମ୍ମିଶ୍ରଣ କାର୍ଯ୍ୟର ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କୃଷିର ଉନ୍ନତି ଓ ବିକାଶ ପାଇଁ ଆବଶ୍ୟକ ଉଠା ଜଳସେଚନର ସୁବିଧା ନେଇ ଚାଷୀ କିପରି ନିଜ ଜମିରେ ରବି ଓ ଖରିଫ୍ ଋତୁରେ ବିଭିନ୍ନ ଚାଷ କରି ଲାଭବାନ ହୋଇପାରିବେ ସେସମ୍ପର୍କରେ ବୈଠକରେ ସମୀକ୍ଷା କରଯାଇଥିଲା । ଆର୍ଥିକ ବର୍ଷରେ ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଆବଶ୍ୟକ ବୋରୱେଲ କାମ ଆସନ୍ତା ମେ’ ୩୧ ସୁଧା ସାରିବା ପାଇଁ ବୈଠକରେ ସଂପୃକ୍ତ ଅଧିକାରୀ ଓ ବୋରୱେଲ୍ କାମ କରୁଥିବା ସଂସ୍ଥାର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଏହି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଲୋକସଭା ସଦସ୍ୟ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଉପଦେଷ୍ଟା ଉଠା ଜଳସେଚନ ନିଗମ ଓ ଓଡ଼ିଶା ପ୍ରମୋଦ କୁମାର ପାଢ଼ୀ ଜିଲ୍ଲା ଉଠା ଜଳସେଚନ ବିଭାଗ ସମ୍ମିଶ୍ରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷ କରି ଡ୍ରିପ୍ ଜଳସେଚନ ମାଧ୍ୟମରେ ଚାଷୀ କିପରି ଅଧିକ ଅମଳ କରି ଲାଭବାନ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ଜିଲ୍ଲା ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି.ଭେଙ୍କଟ ରେଡ୍ଡୀ, ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଚନ୍ଦ୍ରମୋହନ ସାହୁ ଓ ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ ଅଭିଜିତ ପାଢ଼ୀ ନିଜ ନିଜ ବିଭାଗର ଅଗ୍ରଗତି କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦିଲ୍ଲୀପ କୁମାର ଦାଶ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।