ନୂଆଦିଲ୍ଲୀ: ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକ ଅହମ୍ମଦର ପୁଅ ଅସଦ ଏନକାଉଣ୍ଟରରେ ପ୍ରାଣ ହରାଇଛି । ଅସଦର ସହଯୋଗୀ ଗୁଲାମକୁ ମଧ୍ୟ ୟୁପି ଏସଟିଏଫ୍ ଏନକାଉଣ୍ଟରରେ ମାରି ଦେଇଛି । ଉଭୟଙ୍କ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଏହି ଏନକାଉଣ୍ଟର ଝାନ୍ସୀରେ ହୋଇଥିବାବେଳେ ସେମାନଙ୍କଠାରୁ ବିଦେଶୀ ହଥିୟାର ଜବତ ହୋଇଥିବା ନେଇ ଏସଟିଏଫ୍ ଦାବୀ କରିଛି ।
ଏହି ଏନକାଉଣ୍ଟର ସମ୍ବନ୍ଧରେ ୟୁପି ପୁଲିସ ସୂଚନା ଦେଇଛି ଯେ, ଅସଦ ଓ ଗୁଲାମ ପ୍ରୟାଗରାଜର ଉମେଶ ପାଲ ହତ୍ୟାକାଣ୍ଡର ୱାଣ୍ଟେଡ ଥିଲେ । ଝାନ୍ସୀ ଡିଏସପି ନବେନ୍ଦୁ ଓ ଡିଏସପି ବିମଲଙ୍କ ନେତୃତ୍ୱରେ ୟୁପି ଏସଟିଏଫ୍ ଟିମ୍ ଦୁହିଁଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଛି ।