ଭୁବନେଶ୍ୱର,ଏନ୍ଏନ୍ଏସ୍: ଗ୍ରୀଷ୍ମ ପ୍ରବାହ ସମୀକ୍ଷା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଶେଷ ସୂଚନା ଦେଇଛନ୍ତି । ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ସ୍କୁଲ ଓ ଅଙ୍ଗନବାଡ଼ି ୧୬ ଯାଏଁ ବନ୍ଦ ଅଛି କିନ୍ତୁ ଖରା ବଢ଼ିଲେ ପୁଣି ନିଷ୍ପତ୍ତି ନିଆଯିବ । କଲେଜ ପରୀକ୍ଷା ଚାଲିଛି, ପରୀକ୍ଷା ସରିଲେ ଖରା ଦେଖି ନିଷ୍ପତ୍ତି ନିଆଯିବ । ଶ୍ରମିକଙ୍କ ପାଇଁ ଦିନ ୧୧ଟାରୁ ୩ଟା କାମ ବନ୍ଦ ରହିବ । ବସରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି । ବସରେ ବରଫ, ଓଆରଏସ ଓ ପାଣି ମହଜୁଦ ରଖିବାକୁ କୁହାଯାଇଛି । ଜଳଛତ୍ର ଖୋଲିବାକୁ ଓ ନଳକୂପ ମରାମତି ପାଇଁ କୁହାଯାଇଛି । ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ଲାଗି ବେଡ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।