ଅତିକ ଅହମ୍ମଦର ୧୫ଟି ଠିକଣାରେ ଇଡି

ଗୁଜରାଟ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ପ୍ରୟାଗରାଜର ନୈନୀ ଜେଲ ପହଞ୍ଚିଯାଇଛି । ଅତିକକୁ ଗୁଜରାଟର ସାବରମତୀ ଜେଲରୁ ଆଜି ହିଁ ନୈନୀ ଜେଲକୁ ସ୍ଥାନାନ୍ତର କରାଯାଇଛି । ଇତିମଧ୍ୟରେ ଅତିକ ସହ ଜଡ଼ିତ ୧୫ଟି ସ୍ଥାନରେ ଇଡି ରେଡ ମାରିଛି । ଏହି ସମୟରେ ନଗଦ ୭୫ ଲକ୍ଷ ଟଙ୍କା ମିଳିଥିବାବେଳେ ୫୦ ସେଲ କମ୍ପାନୀ ସମ୍ବନ୍ଧରେ ଖୁଲାସା ହୋଇଛି । ଅତିକଙ୍କ ସମ୍ପର୍କୀୟଙ୍କ ନାଁରେ ୧୦୦ରୁ ଅଧିକ ସମ୍ପତ୍ତିର କାଗଜପତ୍ର ମଧ୍ୟ ମିଳିଛି । ଏଥିରେ ୫୦ କୋଟି ଟଙ୍କାରୁ ଅଧିକ ନଗଦ ଲେଣଦେଣ ସମ୍ବନ୍ଧରେ ଜଣାପଡ଼ିଛି । ଏଥିସହିତ କୃଷକଙ୍କୁ ଅପରାଧିକ ଧମକ ମାଧ୍ୟମରେ କିଣାଯାଇଥିବା ସମ୍ପତ୍ତିର କାଗଜପତ୍ର ମଧ୍ୟ ହସ୍ତଗତ ହୋଇଛି ।