ନୂଆଦିଲ୍ଲୀ: ଭାରତରେ କୋଭିଡ ଏଣ୍ଡେମିକ ଷ୍ଟେଜ ଆଡ଼କୁ ଅଗ୍ରସର ହେଉଛି । ସେଥିପାଇଁ ଆଗାମୀ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ କରୋନା ମାମଲା ବଢ଼ିବ ଏବଂ ପରେ କମିବ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଣ୍ଡେମିକର ଅର୍ଥ ରୋଗ ଆମ ମଧ୍ୟରେ ରହିବ କିନ୍ତୁ ଏହାର ପ୍ରଭାବ ଅଧିକ ବିପଦଜନକ ହେବ ନାହିଁ । ହେଲେ ସଭିଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ମାମଲା ବଢ଼ୁଥିଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା କମ୍ ରହିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ୭,୮୩୦ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୪୭ଲକ୍ଷ ୭୬ହଜାର ୨ରେ ପହଞ୍ଚିଛି । ଗତକାଲି ୫,୬୭୬ ମାମଲା ସାମ୍ନାକୁ ଆସିଥିଲା । ଏହାସହ ବର୍ତ୍ତମାନ ସୁଦ୍ଧା ୪୦ହଜାର ୨୧୫ ସକ୍ରିୟ ମାମଲା ରହିଛି ।