ନୂଆଦିଲ୍ଲୀ: ପୁରୀରେ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି । ୧୦ ହଜାର ଏକର ଜମି ଅଧିଗ୍ରହଣ ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜୋରିମାନା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଏନେଇ ଜମିହରା ଚାଷୀଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ଆଦିତ୍ୟ ଦାସ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ସରକାରଙ୍କ ଜମି ଅଧିଗ୍ରହଣକୁ ୨୦୧୦ରେ ହାଇକୋର୍ଟ ବେଆଇନ ଦର୍ଶାଇଥିଲେ । ହାଇକୋର୍ଟ ଏହାକୁ ବେଆଇନ କହିବା ସହ ଚାଷୀଙ୍କ ଜମି ଫେରାଇବାକୁ କହିଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ବେଦାନ୍ତ ଓ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ ।