ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଅରୁଣାଚଳପ୍ରଦେଶ ଗସ୍ତ କରିଥିଲେ । ସେଠାରେ ଶାହ ଭାରତୀୟ-ତିଽତ ସୀମା ପୁଲିସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶାହଙ୍କ ଏହି ଗସ୍ତକୁ ଚୀନ ଆପତ୍ତିଜନକ ଦର୍ଶାଇଥିଲା । ଏହାକୁ ନେଇ ଏବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଚୀନକୁ ମୁହଁତୋଡ଼ ଜବାବ ଦେଇଛି ।
ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଯେ, ଚୀନ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଟିପ୍ପଣୀକୁ ଆମେ ସମ୍ପୂର୍ଣ୍ଣ ରୂପେ ଖାରଜ କରୁଛୁ । ଅରୁଣାଚଳପ୍ରଦେଶ ଭାରତର ଥିଲା, ଅଛି ଓ ରହିବ । ତାହା ସର୍ବଦା ଭାରତର ଅଭିନ୍ନ ଅଙ୍ଗ ହୋଇ ରହିବ । ତା’ ଉପରେ କେବଳ ଆମର ଅଧିକାର ରହିଛି ।