ଝରିଗାଁର ୧୬୬ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ନଳକୂପ

ଝରିଗାଁ,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ୩୦୪ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ହେଲେ ଆଶ୍ଚର୍ଯ୍ୟକର କଥାଟି ହେଲା ସମ୍ପୂର୍ଣ ନିର୍ମାଣଧୀନ ୨୭୯ ଅଙ୍ଗନବାଡି ମଧ୍ୟରୁ ୧୬୬ କେନ୍ଦ୍ରରେ ଆଦୌ ନଳକୂପ ନାହିଁ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ତୁରନ୍ତ ନଳକୂପ ଖନନ ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଏପର୍ଯ୍ୟନ୍ତ ତାହା ପୂରଣ ହୋଇପାରି ନାହିଁ । ତେବେ ଦେଖିବାକୁ ବାକି ରହିଲା ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଥିବା ଶିଶୁଙ୍କ ଜଳ କଷ୍ଟ କେବେ ଦୂର ହେଉଛି ।