ଡୋକଲାମ ପାଖରେ ଚୀନ ସୈନ୍ୟଙ୍କ ଜମିଲା ଭିଡ଼

ନୂଆଦିଲ୍ଲୀ: ଡୋକଲାମ ପାଖରେ ଚୀନ ଲଗାତାର ଭାବେ ନିଜ ସୈନ୍ୟ ସଂଖ୍ୟା ବଢ଼ାଇବାକୁ ନେଇ ଭାରତୀୟ ସେନା ଚିନ୍ତା ଜାହିର କରିଛି । ଭୁଟ୍ଟାନର ଅମୋ ଚୁ ଘାଟି ପାଖରେ ଚୀନ ବଡ଼ ସଂଖ୍ୟାରେ ନିଜ ସୈନିକଙ୍କ ପାଇଁ ବଙ୍କର ବନାଇଛି । ଅମୋ ଚୁ ରଣନୀତିକ ରୂପେ ଅହମ ଡୋକଲାମ ପାଖରେ ଅବସ୍ଥିତ । ଏଠାରୁ ଭାରତର ସିଲିଗୁଡ଼ୀ ଗଲିୟାରା ପିପୁଲ୍ସ ଲିବରେସନ ଆର୍ମିର ସିଧା ରେଖାରେ ଅବସ୍ଥିତ । ଏହା ଭାରତ-ଚୀନ-ଭୁଟ୍ଟାନ ଡୋକଲାମ ଟ୍ରାଇ-ଜଙ୍କସନରୁ ବମୁସିକଲ କିଛି ଦୂରରେ ରହିଛି ଯେଉଁଠି ବେଜିଂ ସଡ଼କ ନିର୍ମାଣକୁ ନେଇ ୨୦୧୭ରେ ଭାରତ ଓ ଚୀନ ମଧ୍ୟରେ ତୀବ୍ର ସୈନ୍ୟ ଗତିରୋଧ ହୋଇଥିଲା।