ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ପଞ୍ଚାୟତର ବରପଡ଼ା ଗାଁରୁ ଫିରିଙ୍ଗିଆ ପୁଲିସ ୨୦ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବରପଡ଼ା ଗାଁର ମିଥୁନ ମାଝୀ(୩୧) ଓ ହନୁମନ୍ତ ସାହାଣୀ(୪୧) । ମିଳିଥିବା ରିପୋର୍ଟ ମୁତାବକ, ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ଫିରିଙ୍ଗିଆ ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବରପଡ଼ା ଗାଁକୁ ଯାଇଥିବାବେଳେ ଘଟଣାସ୍ଥଳରୁ ଗଞ୍ଜେଇ ସହ ୨ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ପରେ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।