ଆବୋଲି ସୁନୀଲ ନରଭଣେ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ୨୦୧୫ ବ୍ୟାଚର ଆଇଏଏସ୍ ଆବୋଲି ସୁନୀଲ ନରଭଣେ ଝାରସୁଗୁଡ଼ାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ । ଝାରସୁଗୁଡ଼ାରେ ତୁରନ୍ତ ଯୋଗଦାନ ପାଇଁ ନରଭଣେଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନରଭଣେ ଏବେ ସୋନପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି ।