ପଶ୍ଚିମବଙ୍ଗ ହିଂସାକୁ ନେଇ ମମତାଙ୍କୁ ରିପୋର୍ଟ ମାଗିଲେ ଶାହ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ରାମ ନବମୀ ଅବସରରେ ହୋଇଥିବା ହିଂସାକୁ ନେଇ ମମତା ସରକାରଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ରିପୋର୍ଟ ମାଗିଛନ୍ତି । ୩ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଘଟଣାର ରିପୋର୍ଟ ପଠାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।

ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଗୃହମନ୍ତ୍ରୀ ଶାହଙ୍କୁ ଚିଠି ଲେଖିଥିଲେ । ପଶ୍ଚିମବଙ୍ଗରେ ଲଗାତାର ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଥିବା ନେଇଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ । ଏହି ଚିଠି ପରେ ଗୃହ ମନ୍ତ୍ରଣାଳୟ ରିପୋର୍ଟ ମାଗିଛି ।