ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ରାଜସ୍ଥାନ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଗେହଲତ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଗେହଲତ କହିଛନ୍ତି ଯେ, ଗତ କିଛି ଦିନରେ ଦେଶରେ କରୋନା ମାମଲା ବଢ଼ିଛି । ମୁଁ ନିଜେ ବି ହାଲୁକା ଲକ୍ଷଣ ସହ କରୋନାରେ ସଂକ୍ରମିତ ହୋଇଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଆଗାମୀ କିଛିଦିନ ନିବାସରୁ ହିଁ କାର୍ଯ୍ୟ ଜାରି ରଖିବି । ଆପଣ ସମସ୍ତେ ସାବଧାନତା ଅବଲମ୍ବନ କରିବା ସହ କରୋନା ପ୍ରୋଟୋକଲ ପାଳନ କରନ୍ତୁ ।

ସୂୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।