ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ କିଲୁଗାଁ ଗ୍ରାମରୁ ୭୩୫ କେଜି ଗଞ୍ଜେଇ ସହ ୨ଟି ବାଇକକୁ ଜବତ କରିଛି । କିନ୍ତୁ ପୁଲିସକୁ ଦେଖି ୧୦ଜଣ ଗଞ୍ଜେଇ ଚାଲାଣକାରୀ ଫେରାର ହୋଇଯାଇଥିଲେ । ମିଳିଥିବା ରିପୋର୍ଟ ମୁତାବକ, ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ଚଢ଼ଉ କରି ଗଞ୍ଜେଇ ଜବତ କରିଥିଲା । ଏନେଇ ବାଲିଗୁଡ଼ା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି ବୋଲି ଆଇଆଇସି ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।