Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କେନ୍ଦୁଝର ଡେଲି ମାର୍କେଟରେ ନିଆଁ, ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କେନ୍ଦୁଝର ଡେଲି ମାର୍କେଟରେ ନିଆଁ, ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

କେନ୍ଦୁଝର,ଏନ୍ଏନ୍ଏସ୍: ଡେଲି ମାର୍କେଟରେ ଭୟାଭୟ ଅଗ୍ନିକାଣ୍ଡ । ନିଆଁ ଆଁରେ ଜଳିଗଲା ୫୦ରୁ ଅଧିକ ଦୋକାନ । ଆଜି ସକାଳୁ ନିଆଁ ଲାଗିଯାଇଥିବା ବେଳେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ନିଆଁର ପ୍ରକୋପ ଅଧିକ ରହିଖିବା ହେତୁ ନିଆଁ ଲିଭା କାର୍ଯ୍ୟରେ ବିଳମ୍ବ ହେଉଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ସୂଚନାଅନୁସାରେ, ଆଜି ଭୋରରୁ ଡେଲି ମାର୍କେଟରେ ଥିବା କଂସା ବାସନ ଦୋକାନରୁ ପ୍ରଥମେ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁ ପୁରା ମାର୍କେଟକୁ ବ୍ୟାପିଯାଇଥିଲା । ଏହି ମାର୍କେଟରେ ଲୁଗା, ବାସନ, ତେଜରାତି ଆଦି ବିଭିନ୍ନ କିସମର ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ ଉଠା ଓ ସ୍ଥାୟୀ ଦୋକାନ ରହିଛି । ଲୁଗା ତେଜରାତି ଦୋକାନ ରହିଥିବାରୁ ନିଆଁ ବ୍ୟାପିବାରେ ଲାଗିଥିଲା ।

ସ୍ଥାନୀୟ ଲୋକେ ଦେଖି ନିଜ ପ୍ରୟାସରେ ପ୍ରଥମେ ଦୋକାନ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ । ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ଆୟତ୍ତକୁ ଆସିଥିବା ନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଘଟଣା ଉପରେ ନଜର ରଖିବା ସହ ନିଆଁ ଲିଭା କାର୍ଯ୍ୟ ଶେଷ ପରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଅଧିକାରୀ । କେନ୍ଦୁଝର ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।