ଦେଶାତ୍ମବୋଧକ ଗୀତ ଗାଇ ଚର୍ଚ୍ଚାରେ ଲୋରା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସଂଗୀତ କ୍ଷେତ୍ରରେ ଜେ.ଏସ୍ ମ୍ୟୁଜିକ୍ ସର୍ବଦା ଭଲ ଗୀତ ପ୍ରସ୍ତୁତ କରିବା ସହ ନୂଆ ଶିଶୁ ପ୍ରତିଭାଙ୍କୁ ସୁଯୋଗ ଦେଇ ପ୍ରୋତ୍ସାହିତ କରିଥାଏ । ଏହିକ୍ରମେ ଜଣେ କୁନି କଣ୍ଠଶିଳ୍ପୀ ଲୋରାଙ୍କୁ ଏକ ସୁନ୍ଦର ଦେଶାତ୍ମବୋଧକ ଗୀତ ଦେଇ ନିଜ ଅନ୍ତର୍ନିହିତ କଳାକୁ ପ୍ରକାଶ କରିବାର ସୁଯୋଗ ଦେଇଛି । ଆର‌୍ୟା ପ୍ରଧାନ ଓରଫ୍ ଲୋରା ବର୍ତ୍ତମାନ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁରରେ ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି । ଜେ.ଏସ ମ୍ୟୁଜିକ୍ ମାଧ୍ୟମରେ ଲୋରା ଏକ ସୁନ୍ଦର ଦେଶାତ୍ମବୋଧକ ଗୀତ “ଭାରତ ତାହାରି ନାଁ’ରେ ସ୍ୱର ଦେଇଛନ୍ତି । ଏହି ଗୀତକୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜିତେନ୍ଦ୍ରିୟ ପ୍ରଧାନ ଲେଖିଥିବାବେଳେ ଜନ୍ ପାଣ୍ଡେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ଏହି ଗୀତର ଉପଦେଷ୍ଟା ସମଲପୁର ଡାଏଟର ଶିକ୍ଷକ ପ୍ରଶିକ୍ଷକ ଆଜାଦ୍ ଶେଖର ପ୍ରଧାନ ଏବଂ ବରଗଡ଼ ଡାଏଟର ଶିକ୍ଷକ ପ୍ରଶିକ୍ଷକ ଓ ଗୀତିକାର ଜନକ ସେଠ ପ୍ରଯୋଜନା କରିଛନ୍ତି । ଏହି ଗୀତଟି ଜନକ୍ ସେଠ୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏପ୍ରିଲ ୫ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି ।