ପାଟଣାଗଡ଼ରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାର ପୂର୍ବତନ ରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପାଟଣାଗଡ଼ ରାମଜୀ ଛକରେ ଥିବା ପ୍ରତିମୂର୍ତ୍ତିରେ ପାଟଣା ମହାରାଜ କନକବର୍ଦ୍ଧନ ସିଂହଦେଓ ପୁଷ୍ପମାଲ୍ୟ ପ୍ରଦାନ ସହ ମିଷ୍ଟାନ୍ନ ବଣ୍ଟନ କରି ଜନ୍ମ ଜୟନ୍ତୀ ପାଳନ କରିଥିଲେ । ପରେ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସ୍ପ୍ରିଙ୍ଗ ବିଜୟା ନନ୍ଦ ସେଠୀ ମଧ୍ୟ ପାର୍କକୁ ଯାଇ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏଥିରେ ପ୍ରବଧାନନ୍ଦ ପାଣିଗ୍ରାହୀ, ସୁଶାନ୍ତ କୁମାର ମହାନ୍ତି, ମୁନା ଦରୁଆନ, ସୁଶାନ୍ତ କୁମାର ପାତ୍ର, ମାଣିକ ସାହୁ, ରାଣା ଚିନ୍ଦା ଓ ଅଶୋକ କୁମାର କୁଅଁରଙ୍କ ସମେତ ଶତାଧିକ ଯୁବକମାନେ ଅଂଶଗ୍ରହଣ କରି ସ୍ୱର୍ଗତ ସିଂଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।