ସାଂସ୍କୃତିକ କ୍ଷେତ୍ରରେ ଇଶା ଅମ୍ବାନୀଙ୍କ ନୂଆ ଶୁଭାରମ୍ଭ

ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ସାଂସ୍କୃତିକ କ୍ଷେତ୍ରରେ ଏକ ନୂଆ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ବାନ୍ଦ୍ରା କୁର୍ଲା କମ୍ପଲେକ୍ସରେ ଭାରତର ପ୍ରଥମ ମଲ୍ଟୀ ଆର୍ଟ ସେଣ୍ଟର ଆରମ୍ଭ ହେବାକୁ ଯାଉଛି । ଏହାକୁ ଇଶା ତାଙ୍କ ମା’ ନୀତା ଅମ୍ବାନୀଙ୍କୁ ସମର୍ପିତ କରିଛନ୍ତି । ଏହି ସେଣ୍ଟର ତାଙ୍କ ‘ଜିଓ ୱାର୍ଲ୍ଡ ସେଣ୍ଟର’ରେ ହିଁ ଅବସ୍ଥିତ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମାର୍ଚ୍ଚ ୩୦ରେ ‘ଏନଏମଏସିସି’ ଲଞ୍ଚର ପୂର୍ବ ସଂଧ୍ୟାରେ ଭଗବାନଙ୍କ ଆର୍ଶୀବାଦ ନେବା ପାଇଁ ରାମ ନବମୀରେ ନୀତା ଅମ୍ବାନୀ ପୂଜା କରିଥିଲେ । ଆଉ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।