ପାଟଣାଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାର ଶିକ୍ଷିତ ଓ ବେକାର ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଏକ ଏମ୍ପଲୟମେଣ୍ଟ କାର୍ଯ୍ୟାଳୟ ଖୋଲି ସେଠାରେ ଯୁବକଙ୍କ କାଗଜପତ୍ର ନବୀକରଣ କରାଯାଇଥାଏ । କିନ୍ତୁ ମାସ ମାସ ଧରି ଅଫିସ ଖୋଲୁନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ଏନେଇ ବାରମ୍ବାର ଯୁବକମାନେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବେକାର ଯୁବକମାନେ ଦୂରରୁ କାର୍ଯ୍ୟାଳୟକୁ ଆସି ଅଧିକାରୀଙ୍କୁ ନପାଇ ଫେରି ଯାଉଛନ୍ତି । ଆଜି ମଧ୍ୟ କିଛି ଯୁବକ ଆସିଥିବାବେଳେ ଅଫିସ ଖୋଲିନଥିବାରୁ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି ।